Smruti kebe anka banka nai, kebe puni khara kebe puni chai.
Eeita jibana bhai, sangharsha chalichi banchiba pain.
ଠିକ୍ କହିଲେ ମୁଁ ଆପଣ ଙ୍କ କଥା ରେ ଏକମତ। ବେଳେ ବେଳେ ମନେ ହୁଏ ବର୍ତ୍ତମାନ ଟା ହିଁ ଅତୀତ ଓ ଅତୀତ ଟା ବର୍ତ୍ତମାନ।ସମୟ ର କାଳ ଚକ୍ର ଆଗରେ ମଣିଷ ଖୁବ୍ ଅସହାୟ। ଜୀବନ ର କଣ୍ଟକିତ ଚଲାପଥ ରେ ଏକୁଟିଆ ଚାଲିବାକୁ ହୁଏ, କେତେବଳେ କେମିତି ହୁଏତ ଜଣେ ଅଧେ ବାଟରେ ଦେଖା ହେଇ ଯାଆନ୍ତି,କିଛି ବାଟ ସାଥିରେ ଚାଲି ପୁଣି କୁଆଡେ଼ ହଜି ଯାଆନ୍ତି। ସେମାନେ ତ ଆଉ ଫେରନ୍ତି ନାହିଁ,ତେଣୁ ସେମାନଙ୍କ ସ୍ମୃତି କୁ ଛାତି ରେ ଧରି, ଏ ଏକୁଟିଆ ପଥିକ କୁ ବାଟ ଚାଲିବାକୁ ପଡ଼େ। ଅତୀତ ସ୍ମୃତି ର କିଛି ମଧୁର ମୁହୂର୍ତ୍ତ କୁ ମନେ ପକେଇ,ବର୍ତ୍ତମାନ ର କଠିନ ବାସ୍ତବତା ର କଷ୍ଟ କୁ ଭୁଲି ବାକୁ ପଡ଼େ।