ମନେ ପଡ଼ ଆଜି,ସ୍ମୃତି ତୁମେ ସାଜି...
Books & Literatureଭାରି ସୁନ୍ଦର ବର୍ଣ୍ଣନା କରିଛ ଭାଇନା। ଖୁବ୍ ମନ ମୋହିତ କବିତା! ଆଶା କରେ ଜେ ତମକୁ କଷ୍ଟ ଦେଇ ଅଛି ସେ ତାର କର୍ମ ଫଳ ଖୁବ୍ ଶୀଘ୍ର ଭୋଗିବ।
ଧନ୍ୟବାଦ ଭାଇ। କିନ୍ତୁ ମୋ ମନ ରେ ତା ପ୍ରତି ରାଗ ନାହିଁ,ହୁଏତ କିଛି ଅଭିମାନ ଥାଇ ପାରେ। କର୍ମ ସେ କଥା ବୁଝିବ।ସେ ତା ଜୀବନ ବଞ୍ଚୁ। ଆମେ ତ ଆଉ ଦେବଦାସ କିମ୍ବା କବୀର୍ ସିଂ ହେଇ ପାରିବା ନାହିଁ। ତେଣୁ କବିତା ମାଧ୍ୟମ ରେ ନିଜ ହତାଶ କୁ ବାହାର କରି,ସ୍ଵାଭାବିକ ଜୀବନ ବଞ୍ଚିବାକୁ ଚେଷ୍ଟା କରିବା।
Smruti kebe anka banka nai, kebe puni khara kebe puni chai.
Eeita jibana bhai, sangharsha chalichi banchiba pain.
ଠିକ୍ କହିଲେ ମୁଁ ଆପଣ ଙ୍କ କଥା ରେ ଏକମତ। ବେଳେ ବେଳେ ମନେ ହୁଏ ବର୍ତ୍ତମାନ ଟା ହିଁ ଅତୀତ ଓ ଅତୀତ ଟା ବର୍ତ୍ତମାନ।ସମୟ ର କାଳ ଚକ୍ର ଆଗରେ ମଣିଷ ଖୁବ୍ ଅସହାୟ। ଜୀବନ ର କଣ୍ଟକିତ ଚଲାପଥ ରେ ଏକୁଟିଆ ଚାଲିବାକୁ ହୁଏ, କେତେବଳେ କେମିତି ହୁଏତ ଜଣେ ଅଧେ ବାଟରେ ଦେଖା ହେଇ ଯାଆନ୍ତି,କିଛି ବାଟ ସାଥିରେ ଚାଲି ପୁଣି କୁଆଡେ଼ ହଜି ଯାଆନ୍ତି। ସେମାନେ ତ ଆଉ ଫେରନ୍ତି ନାହିଁ,ତେଣୁ ସେମାନଙ୍କ ସ୍ମୃତି କୁ ଛାତି ରେ ଧରି, ଏ ଏକୁଟିଆ ପଥିକ କୁ ବାଟ ଚାଲିବାକୁ ପଡ଼େ। ଅତୀତ ସ୍ମୃତି ର କିଛି ମଧୁର ମୁହୂର୍ତ୍ତ କୁ ମନେ ପକେଇ,ବର୍ତ୍ତମାନ ର କଠିନ ବାସ୍ତବତା ର କଷ୍ଟ କୁ ଭୁଲି ବାକୁ ପଡ଼େ।
Namaskar /u/Serious-Finger4635, Thank you for your submission. If it is a Photo or Video please provide a source (if not a direct link submission). We would really appreciate it if you could mention the source as a reply to this comment! If you have already provided the source or if it is an OC post, please ignore this message. Thank you.
I am a bot, and this action was performed automatically. Please contact the moderators of this subreddit if you have any questions or concerns.